spot_img

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ  । ଏହାସହ ସେ ନିର୍ଦ୍ଦୋଷ, କୌଣସି ଜନ ବିରୋଧୀ କାର୍ଯ୍ୟ କରିନଥିବା ସଫେଇ ଦେଇଛନ୍ତି ।

ପ୍ରଦୀପ କହିଛନ୍ତି ଯେ, ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାଁନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଥିବା ବେଳେ କ୍ଷମତାର ଅପବ୍ୟବହାର କରିନାହାଁନ୍ତି । ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବେ ଓ ଦଳର ଦାୟିତ୍ୱକୁ ସର୍ବଦା ପ୍ରାଥମିକତା ଦେଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ୧୫ଟି ବିଧାନସଭା ଦାୟିତ୍ୱରେ ଥିବା ବେଳେ ସେ ୧୨ଟି ଆସନରେ ଦଳକୁ ଜିତାଇଥିଲେ ।ଦଳର ପ୍ରାର୍ଥୀଙ୍କୁ ପାଣ୍ଠି ମଧ୍ୟ ତାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯଦି ଜନବିରୋଧୀ କାର୍ଯ୍ୟକ୍ରମ କରିଛନ୍ତି ତାହାର ପ୍ରମାଣ ଦଳ ଦେଉ ବୋଲି ସେ କହିଛନ୍ତି । ଆହୁରି ମଧ୍ୟଯଦି ସେ କିଛି ଭୁଲ କରିଛନ୍ତି ସାମ୍ବାଦିକମାନେ ତାହା ଖୋଜି ବାହାର କରନ୍ତୁ, ତ୍ରୁଟି ଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହାସହ କୌଣସି ବାଲି ମାଫିଆ, ମଦ ଦୋକାନଠୁ ଟଙ୍କା ନେଇନଥିବା ସେ କହିଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ ତାହାର ଆକଳନ ମଧ୍ୟ କରାଯାଉ ବୋଲି ସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular