ଭୁବନେଶ୍ୱର : ଚଳନ୍ତା ଗାଡିରୁ ଯାତ୍ରୀଙ୍କୁ ଠେଲି ଦେଲେ ମୋ ବସ୍ କର୍ମଚାରୀ। ବସ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଭଡ଼ାକୁ କେନ୍ଦ୍ର କରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତଳେ ପଡିଯିବାରୁ ଯାତ୍ରୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ମୋ ବସରେ ଉଠିଥିଲେ। ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ । ଏହାକୁ ନେଇ ବସ କଣ୍ଡକ୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ପରେ କଣ୍ଡକ୍ଟର ତାଙ୍କୁ ବସ୍ରୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପ୍ରେସ୍ ରିଲିଜ୍ ଜାରି କରି ପ୍ରତିକ୍ରିୟା ରଖିଛି ମୋ ବସ ପରିଚାଳନା ଦାୟିତ୍ୱରେ ଥିବା ଉଜଟଞ ସଂସ୍ଥା । ଘଟଣାର ତଦନ୍ତ ଚାଲିଛି, ଅଭିଯୋଗ ଆସିଥିବା କର୍ମଚାରୀଙ୍କୁ ତଦନ୍ତ ନ ସରିବା ଯାଏ ଡ୍ୟୁଟିରୁ ହଟାଇ ଦିଆଯାଇଥିବା ଉଜଟଞ କହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0