ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ଡାକ୍ତର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ CHC ର ବ୍ଲକ ପବ୍ଲିକ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିଶିଥ ନିଶଙ୍କ ମାଲୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସ୍ବାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କଠାରୁ RCM ଏବଂ TA ବିଲ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ । ନିଶିଥଙ୍କ ଫିରିଙ୍ଗିଆ ସ୍ଥିତ ବାସଭବନ ଏବଂ ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0