ପୁରୀ : ପୁରୀ ହେବ ସ୍ବଚ୍ଛ ଐତିହ୍ୟ ସହର। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ନଭେମ୍ବର ପହିଲାରୁ ସ୍ବତନ୍ତ୍ର ଭାବେ ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅଭିଯାନ ପାଇଁ ଠିକାଦାର, ହୋଟେଲ ମାଲିକ, ସ୍ବଚ୍ଛ ସାଥୀମାନଙ୍କ ସହ ଜିଲ୍ଲାପାଳ ପ୍ରତ୍ୟକ୍ଷ ଆଲୋଚନା କରି ଅଭିଯାନକୁ ସଫଳ କରିବାକୁ ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପ୍ରତି ଘର, ସରକାରୀ, ବେସରାକାରୀ ଅନୁଷ୍ଠାନ ଏହି ସଂକଳ୍ପ ପତ୍ରରେ ଦସ୍ତଖତ କରିବା ସହ ନିଜ ପରିବେଶକୁ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ଏହି ସଂକଳ୍ପ ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଏହି ଉପଲକ୍ଷେ ଆଜି ଟାଉନ ହଲଠାରେ ଠିକାଦାର, ଠିକା ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଅଭିଯାନ ସଂପର୍କରେ ଆଲୋଚନା କରିଥିଲେ। ପାୱାର ପଏଣ୍ଟ ମାଧ୍ୟମରେ ଅଭିଯାନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ପରେ ନୀଳାଦ୍ରି ବିଚ ଠାରେ ହୋଟେଲ ମାଲିକମାନଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମସ୍ତଙ୍କୁ ପ୍ଲାଷ୍ଟିକ୍ ବର୍ଜନ ସହ ପରିଚ୍ଛନ୍ନତାକୁ ସଂକଳ୍ପ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0