ପୁରୀ : ଅନଲାଇନରେ ପାଠ ପଢ଼ୁଥିଲା ବେଳେ ହଠାତ ମୋବାଇଲ ହେଲା ବିସ୍ପୋରଣ । ତେବେ ଏଥିରୁ ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାରୁ ସୌଭାଗ୍ୟ ବସତଃ ବର୍ତ୍ତି ଯାଇଛନ୍ତି । ଏମିତି ଏକ ଘଟଣା ଘଟିଛି ପୁରୀ ବାଲିଘାଇ ଅଂଚଳରେ । ଉକ୍ତ ଅଚଂଳରେ ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢ଼ନ୍ତି । କରୋନା କଟକଣା ଯୋଗୁ ଏବେ ଅନଲାଇନରେ ଶିକ୍ଷାଦାନ କରାଯାଇଛି । ଆଜି ମୋବାଇଲରେ ପାଠ ପଢ଼ୁଥିଲେ ରୂପସା ।
ଠିକସେହି ସମୟରେ ହଠାତ ମୋବାଇଲ ବ୍ଲାଷ୍ଟ ଯୋଗୁ ରୁପସା ପଲାଇଙ୍କ ହାତରେ ଆଘାତ ଲାଗିଥିଲା । ରୂପସାଙ୍କ କହିବା ଅନୁଯାୟୀ ଯେ ସେ ଅନଲାଇନରେ ପାଠ ପଢ଼ୁଥିଲା ବେଳେ ହଠାତ ଫୋନ ବ୍ଲାଷ୍ଟ ହେଲା । ମୁଁ ଉଠିକି ସେଠାରୁ ଦଉଡ଼ି ପଳାଇଲି । ଭଗବାନଙ୍କ ଦୟାରୁ ମୋର ବିଶେଷ କିଛି କ୍ଷତି ହୋଇନି । ହେଲେ ମୋ ହାତରେ ଟିକେ ଫୁଟକା ହୋଇଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0