କରୋନା କାଳରେ ଚାକିରି ହରାଇଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜୀବିକା ହରାଇଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ସୋମବାର ଦିଲ୍ଲୀ ସରକାର ନୂତନ ନିଯୁକ୍ତି ପାଇଁ ରୋଜଗାର ବଜାର ନାମରେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । କୋଭିଡ-୧୯ ଲକଡାଉନ କାଳରେ ବନ୍ଦ ହୋଇଯାଇଥିବା ବିଭିନ୍ନ ସଂସ୍ଥାର କର୍ମଚାରୀ କିମ୍ବା ଲକଡାଉନ ପାଇଁ ଚାକିରି ହରାଇଥିବା ଲୋକଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ନୂତନ ଚାକିରିର ସୁଯୋଗ ମିଳିବ । ଏହି ପୋର୍ଟାଲ ଲଞ୍ଚ ହେବାର ମାତ୍ର ୬ଘଣ୍ଟା ମଧ୍ୟରେ ନୂତନ ନିଯୁକ୍ତି ଖୋଜୁଥିବା ୫୧,୪୦୩ ଜଣ ନୂତନ ଚାକିରି ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଏହି ପୋର୍ଟାଲ ଜରିଆରେ ଚାକିରି ଖୋଜୁଥିବା ଲୋକଙ୍କୁ ଫୋନ ମିକ୍ୱା ହ୍ୱାଟସଆପ୍ ମାଧ୍ୟମରେ ନିଯୁକ୍ତିଦାତା ମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୋର୍ଟଲ ଉନ୍ମୋମୋଚନ କରି ଲକଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ଯାଇଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ପୁନର୍ବାର ଏହି ପୋର୍ଟାଲ ଜରିଆରେ ଚାକିରି ଆରମ୍ଭ କରିବା ସହ ଆଉଥରେ ଦିଲ୍ଲୀ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0