ନୂଆଦିଲ୍ଲୀ: ଦେଶରେ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ସେବା । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଟେଲିକମ୍ କମ୍ପାନୀଗୁଡିକୁ ଆସନ୍ତା ୭ ମାସ ଭିତରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁର ୧୦ ପ୍ରତିଶତ ରାଶି ଦେବାକୁ ପଡିବ । ସେପଟେ ଦେଶର ଦୁଇ ପ୍ରମୁଖ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲକୁ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୬୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆକୁ ୫୦୦୦ କୋଟି ଟଙ୍କା ଗଣିବାକୁ ପଡିବ । ଏହି ଟଙ୍କା ଯୋଗାଡ କରିବାକୁ ହେଲେ ଏୟାରଟେଲ୍ କୁ ନିଜର ଗ୍ରାହକ ପିଛା ରାଜସ୍ୱରେ ୧୦ ପ୍ରତିଶତ ଓ ଭୋଡାଫୋନ ଆଇଡିଆକୁ ୨୭ ପ୍ରତିଶତ ବୃଦ୍ଧି ଆଣିବାକୁ ପଡିବ । ଏହି ଟଙ୍କା ଯୋଗାଡ କରିବାକୁ ହେଲେ ଏୟାରଟେଲ ନିଜର ଗ୍ରାହକ ପିଛା ରାଜସ୍ୱରେ ୧୦ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆକୁ ୨୭ ପ୍ରତିଶତ ବୃଦ୍ଧି ଆଣିବାକୁ ପଡିବ । ବର୍ତ୍ତମାନ ଏୟାରଟେଲ୍ର ଗ୍ରାହକ ପିଛା ହାରାହାରି ରାଜସ୍ବ (ଆର୍ପୁ) ୧୫୭ ଟଙ୍କା ଥିବା ବେଳେ ଭୋଡାଫୋନ୍ ଆଇଡିଆର ୧୧୪ ଟଙ୍କା ରହିଛି। ବ୍ରୋକରେଜ୍ ସଂସ୍ଥା ଜାଫେରିଜ୍ ପକ୍ଷରୁ ଆକଳନ କରାଯାଇଛି ଯେ ଟେଲିକମ୍ କଂପାନିଗୁଡ଼ିକ ଖୁବଶୀଘ୍ର ସେମାନଙ୍କ ସେବା ଦରରେ ୧୦ ପ୍ରତିଶତ ବୃଦ୍ଧି କରିବେ। କେବଳ ସୁପ୍ରିମକୋର୍ଟଙ୍କ ରାୟର ପ୍ରଭାବ ନୁହେଁ, ସ୍ପେକ୍ଟ୍ରମ୍ ମୂଲ୍ୟ ସମେତ ଡାଟା ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିଜର ଭିତିଭୂମିକୁ ସେହି ଅନୁସାରେ ପ୍ରସ୍ତୁତ ରଖିବା ଲାଗି ମଧ୍ୟ ଟେଲିକମ୍ କଂପାନିଗୁଡ଼ିକୁ ବିପୁଳ ପରିମାଣର ପୁଞ୍ଜିନିବେଶ ଜାରି ରଖିବାକୁ ପଡ଼ୁଛି। ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ମେବାଇଲ୍ କଂପାନିଗୁଡ଼ିକ ସେବା ଦାମ୍ରେ ପ୍ରାୟ ୪୦ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0