ମର୍ଡନା କମ୍ପାନୀର ଭ୍ୟାକସିନ୍ ୯୪.୧ ପ୍ରତିଶତ ସଫଳ, ଅନୁମତି ମିଳିଲେ ଡିସେମ୍ବର ୨୧ରେ ହୋଇପାରେ ଟିକାଦାନ ଆରମ୍ଭ । ଆମେରିକାର ଟିକା ପ୍ରସ୍ତୁତକାରୀ କମ୍ପାନି ମଡନାରୁ ଆସିଛି ଭଲ ଖବର । ସୋମବାର ଭ୍ୟାକସିନ ପାଇଁ ଆମେରିକା ଓ ୟୁରୋପ ସରକାର ଠାରୁ ଅନୁମତି ମାଗିଛି କମ୍ପାନୀ । କାରଣ ଲଢେଇରେ ଏକ ନିର୍ଣ୍ଣାୟକ ସ୍ଥିତିରେ ଖୁବଶୀଘ୍ର ପହଁଞ୍ଚିବ ବୋଲି କୁହାଯାଇପାରିବ । କମ୍ପାନୀର ଏହି ଭ୍ୟାକସିନ୍ ୯୪.୧ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏବଂ ଗୁରୁତର ମାମଲା କ୍ଷେତ୍ରରେ ଏହା ଶହେ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ଦାବି କରିଛି । ଅର୍ଥାତ୍ ମଡନା ଟିକା ନେଇଥିବା ଜଣେ ବ୍ୟକ୍ତି କୌଣସି ପରିସ୍ଥିତିରେ କରୋନା ପାଇଁ ଗୁରୁତର ହେବ ନାହିଁ । ଡିସେମ୍ବର ୨୧ ତାରିଖରେ ଏହାର ପ୍ରଥମ ଟିକା ଦିଆଯିବ ବୋଲି ଜଣାପଡିଛି । ୩୦ ହଜାର ଲୋକଙ୍କ ଠାରେ ଏହି ଟିକାର ପରିକ୍ଷଣ କରାଯାଇଥିଲା । ଏବଂ ନଭେମ୍ବର ୧୬ ତାରିଖରେ ଏହା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ତରଫରୁ କୁହାଗଲା । ଏବେ ଆସିଥିବା ତଥ୍ୟ ଅନୁସାରେ, ମଡନା ପକ୍ଷରୁ କୁହାଯାଇଛି ଯେ ଗୁରୁତର ମାମଲା ପାଇଁ ଏହି ଟିକା ଶହେ ପ୍ରତିଶତ ଫଳପ୍ରଦ । କମ୍ପାନିର ଜଣେ ଉଚ୍ଚପଦାଧିକାରୀ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା କମ୍ପାନି ୨କୋଟି ଡୋଜ ତିଆରି କରିବ ଏବଂ ୨୦୨୧ରେ ୫୦କୋଟିରୁ ୧୦୦ କୋଟି ଡୋଜ ତିଆରି କରାଯିବ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0