spot_img

ଶିକ୍ଷାନୀତି ଉପରେ ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଉପରେ ଏକ କନକ୍ଲେଭରେ ଭାଗ ନେଇଛନ୍ତି । ପିଏମ ମୋଦୀ ଏହି ଅବସରରେ ଶିକ୍ଷାନୀତିରେ ପରିବର୍ତ୍ତନ , ପରିବର୍ତ୍ତଶୀଳ ସମୟର ଏକ ଆବଶ୍ୟକତା ଥିଲା ବୋଲି କହିଛନ୍ତି । ନୂଆ ପିଢ଼ିର ପିଲାମାନଙ୍କୁ ପାଠ ସହ ସ୍କିଲ ଉପରେ ମଧ୍ୟ ଧ୍ୟାନ ଦେବାକୁ ଅପିଲ କରିଥିଲେ । ଆଗକୁ ଦୁନିଆ ଆହୁରି ଅଲଗା ହେବ । ଏମିତିରେ ନୂଆ ପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି କି ବିଗତ ୩୦ ବର୍ଷ ମଧ୍ୟରେ ଦୁନିଆର ପ୍ରତ୍ୟେକ କ୍ଷେତ୍ର ବଦଳିଛି । ଏହି ୩୦ ବର୍ଷ ଭିତରେ ଆମ ଜୀବନର କୌଣସି ପକ୍ଷ ପୂର୍ବଭଳି ନାହିଁ । କିନ୍ତୁ ସେ ମାର୍ଗ , ଯାହା ସହ ଚାଲି ଆମ ସମାଜର ଭବିଷ୍ୟତ ଆଗକୁ ବଢ଼ିବ, ସେ ହେଉଛି ଆମ ଶିକ୍ଷା ବ୍ୟବସ୍ଥା । ତାହା ଏବେବି ପୁରୁଣା ବ୍ୟବସ୍ଥାରେ ଚାଲିଛି । ନୂଆ ଶିକ୍ଷା ନୀତି , ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପୂର୍ତ୍ତି କରିବାର ଏକ ମାଧ୍ୟମ ।
ଏହି ଶିକ୍ଷା ନୀତିରେ ୪-୫ ବର୍ଷର ପରିଶ୍ରମର ଫଳ ସାମିଲ ଅଛି । ପ୍ରତି କ୍ଷେତ୍ର , ପ୍ରତି ଭାଷାର ଲୋକମାନେ ଏହା ଉପରେ ଦିନରାତି କାମ କରିଛନ୍ତି । କିନ୍ତୁ ଏହି କାମ ଏବେ ପୁରା ହୋଇନାହିଁ । ଏହା ବର୍ତ୍ତମାନ ଆରମ୍ଭ ମାତ୍ର । ଆଉ ଏହି ଅଭିଯାନରେ ସମସ୍ତ ଶିକ୍ଷକ ଓ ପ୍ରିନ୍ସିପାଲ ଆମ ସହ ସାମିଲ ହୋଇଛନ୍ତି , ଯାହା ଖୁସିର କଥା । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ରଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିବା ଉପରେ ସାରା ଦେଶର ଶିକ୍ଷକମାନଙ୍କଠାରୁ ସେ ପ୍ରସ୍ତାବ ମାଗିଥିଲେ । ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୫ ଲକ୍ଷରୁ ଉଦ୍ଧ୍ୱର୍ ପ୍ରସ୍ତାବ ପହଞ୍ଚିଥିଲା । ଏହା ଶିକ୍ଷାନୀତିକୁ ୍ରଆହୁରି ବଳିଷ୍ଠ କରିବ ବୋଲି ସେ କହିଛନ୍ତି । ପିଲାମାନଙ୍କର ମାଥମେଟିକ ଥିଙ୍କିଙ୍ଗ୍ ଓ ସାଇଣ୍ଟଫିକ୍ ଥିଙ୍କିଙ୍ଗ୍ ବିକଶିତ ହେବା ବହୁତ ଜରୁରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular