କୋଲକାତା : ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜମିଛି ପ୍ରଚାର । ଦିଦି ଗଡରେ ନିଜର ଜିତାପଟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାନ୍ଥିରେ ହାଇଟେକ ପ୍ରଚାର ସମୟରେ ସଭାରେ ବଙ୍ଗବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନିର୍ବାଚନୀ ସଭାରେ ସେ ମମତାଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଦିଦି କେନ୍ଦ୍ରର ସବୁ ଅନୁଦାନ କୁଆଡେ ଗଲା ? ଅମ୍ପାନ କ୍ଷତିପୂରଣ ବାବଦକୁ ମିଳିଥିବା ଟଙ୍କା କିଏ ନେଲା ? ବଙ୍ଗବାସୀ ଏଥିରୁ ସ୍ପଷ୍ଟ ବୁଝିପାରଥିବେ ପ୍ରକୃତରେ ଖେଲ ହେଉଛି । ଶାନ୍ତିର ବାର୍ତ୍ତା ଦେଉଥିବା ମମତା ଦିଦିଙ୍କ ରାଜ୍ୟ ଏବେ ଅଶାନ୍ତ ହେବାରେ ଲାଗିଛି । ଏମିତିକି ଲୋକଙ୍କ ଘର ଉଜୁଡିବାରେ ବି ଲାଗିଛି । ହେଲେ ଦିଦି ସାହାଯ୍ୟ ତ ଦୂରର କଥା ସାମ୍ନାକୁ ବି ଆସୁନାହାଁନ୍ତି । ବହୁତ ହୋଇଗଲା ଏପରି ସ୍ଥିତିକୁ ପରିବର୍ତ୍ତନ କରିବେ ବିଜେପି, ବଙ୍ଗକୁ ଶାନ୍ତି ଓ ସ୍ଥିରତା ଦରକାର । ଯେଉଁ ରାଜ୍ୟ ପୂରା ଦେଶକୁ ବନ୍ଦେ ମାତରମ ସହ ଯୋଡି ରଖିଥିଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପର ନଜରରେ ଦେଖୁଛନ୍ତି । ଏଥର ଲୋକେ ବିଜେପିକୁ ଭୋଟ୍ ଦେବେ । ନିଶ୍ଚୟ ଲୋକ ଡବଲ ଇଞ୍ଜିନକୁ ସମର୍ଥନ କରିବେ। ଏଠାରେ ବିଜେପି ସରକାର ଗଢିଲେ ଚାଷୀ ଭାଇଙ୍କୁ ସମ୍ମାନ ନିଧିର ବକେୟା ରାଶି ସବୁ ଦିଆଯିବ ବୋଲି ମୋଦି କହିଛନ୍ତି । ମେ ୨ ପରେ ବଙ୍ଗର ବିକାଶରେ ଛିଡା ହେଉଥିବା ପାଚେରୀ ଭାଙ୍ଗିଯିବ । ଲୋକଙ୍କ ଆଗରେ ସବୁ କିଛି ସ୍ପଷ୍ଟ ହୋଇଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0