ଭୁବନେଶ୍ୱର: ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପାଳନ ସହ ସ୍ୱାଧିନତା ସଂଗ୍ରାମୀଙ୍କ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ । ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ଓଡ଼ିଶା ନାଗରିକ ମହାମଂଚ କାର୍ଯ୍ୟାଳୟଠାରେ ପୁଜ୍ୟପୂଜା ଅନୁଷ୍ଠାନ ତରଫରୁ ଏହି ସଭା ଅନୁ୍ଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଏବଂ ବିଜୟ କୁମାର ପରିଡ଼ା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁସ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟାଳୟରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, କଳିଙ୍ଗ ପାଇକ ସଂଗଠନ, ନମାମୀ ମନ୍ଦାକିନି ଏବଂ ଧାରା ଶ୍ରୀଧାରା ଅନୁକୁଲ୍ୟରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ପାଳନ କରାଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁମ୍ନ ଶତପଥୀ । ସେ ତାଙ୍କ ବକ୍ତବ୍ୟରେ ବିଶିଷ୍ଟ ଗାନ୍ଧିବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ପ୍ରମୁଖ ବିଷୟରେ ପରିଚିତ କରାଇଥିବା ଏବଂ ଯୁବପିଢୀ କିପରି ମହାପୁରୁଷ ମାନଙ୍କର ସ୍ମୃତିଚାରଣ କରି ଓଡ଼ିଶାର ଗର୍ବ ଏବଂ ଗୌରବକୁ ବଜାୟ ରଖି ପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ସ୍ତମ୍ଭକାର ଜାନକୀଶ ପଡ଼ପଣ୍ଡା କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ୍ୟ ବରିଷ୍ଠ ଅଧିକାରୀ , ସାହିତି୍ୟକ,ଶିକ୍ଷାବିତ ଏବଂ ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ଓ ଅନ୍ୟ ବହୁ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ମତବ୍ୟକ୍ତ କରିଥିଲେ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0