‘ମିଷ୍ଟର ଇଣ୍ଡିଆ’ ଚଳଚ୍ଚିତ୍ର ‘ମୋଗାମ୍ବୋ ଖୁସ୍ ହୁଆଟ୍ଟ’ ସଂଳାପ ଏବେ ବି ବେଶ୍ ଲୋକପ୍ରିୟ। ମିଷ୍ଟର ଇଣ୍ଡିଆ ଭୂମିକାରେ ଅନୀଲ କପୁରଙ୍କ ଅଭିନୟ ହେଉ କି ଶ୍ରୀଦେବୀଙ୍କ ହୱାହୱାଇ ନୃତ୍ୟ; ଏବେ ବି ତାହାର ଛାପ ସିନେପ୍ରେମୀଙ୍କ ହୃଦୟରେ ସାଇତି ହୋଇ ରହିଛି। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ, ‘ମୋଗାମ୍ବୋ’ ଚରିତ୍ର ପାଇଁ ନିର୍ମାତାମାନଙ୍କ ପ୍ରଥମ ପସନ୍ଦ ଥିଲେ ଦିଗ୍ଗଜ୍ ଅଭିନେତା ଅନୁପମ ଖେର୍। ଏକ ସାକ୍ଷାତକାରରେ ଅନୁପମ ନିଜେ ଏ କଥା କହିଛନ୍ତି।
ସେ କହିଛନ୍ତି, ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୋଗାମ୍ବୋ ଚରିତ୍ର ପ୍ରଥମେ ତାଙ୍କୁ ଦିଆଯାଇଥିଲା। କିନ୍ତୁ ୨ ମାସ ପରେ ହଠାତ୍ ଅମରେଶ ଜୀଙ୍କୁ ସାଇନ୍ କରାଗଲା। ସେତେବେଳେ ଭାରି ଅପମାନ ଲାଗିଲା, ଦୁଃଖ ବି। କିନ୍ତୁ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଅମରେଶଜୀଙ୍କୁ ମୋଗାମ୍ବୋ ଚରିତ୍ରରେ ଦେଖିବା ପରେ ଆତ୍ମସନ୍ତୋଷ ଅନୁଭୂତ ହୋଇଥିଲା। ଅମରେଶ ଜୀଙ୍କ ଛଡ଼ା ଏହି ଚରିତ୍ରକୁ ଏଭଳି ନ୍ୟାୟ ଆଉ କେହି ବି ଦେଇପାରିନଥା’ନ୍ତେ ବୋଲି ମୁଁ ଜାଣିପାରିଥିଲି। ସେ ଯେଭଳି ଅଭିନୟ କରି ଏହି ଚରିତ୍ରକୁ ଅମର କରିଦେଲେ, ହୁଏତ ମୁଁ ତାହା ପାରିନଥା’ନ୍ତି ବୋଲି ଅନୁପମ କହିଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0