ମୁମ୍ବାଇ: ବିଗବସକୁ ଏଣ୍ଟ୍ରି କରିବେ ମୋନାଲିସା । ମୋନାଲିସା ବିଗବସ ସିଜିନ ୧୦ର ପ୍ରତିଯୋଗୀ ଥିଲେ । ଖାଲଇ ଅତିଥି ଭାବେ ନୁହଁ ସେ ନିଜର ନୂଆ ଶୋ ‘ନମକ ଇଶ୍କ କା’ର ପ୍ରପୋଶନ ମଧ୍ୟ କରିବେ । ପୂର୍ବରୁ ଧମାଲ ମଚାଇଥିବା ମନାଲିସା ଏଥର ମଧ୍ୟ ଶୋରେ ଚାର ଚାନ୍ଦ ଲଗାଇବେ ବୋଲି ଆଶା କରାଯାଉଛି ।
ବିଗ୍ ବସ୍ ୧୦’ରେ ମୋନାଲିସା ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ଶୋ’ରେ ବିକ୍ରାନ୍ତ ସିଂ ରାଜପୁତଙ୍କୁ ବିବାହ କରିଥିଲେ। ‘ବିଗ୍ ବସ୍’ ପରେ ମୋନାଲିସାଙ୍କୁ ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ୍ ବଲିଏ ୮’ ଏବଂ ‘ନଜର୍’ରେ ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ମୋନାଲିସା ବହୁତ ସକ୍ରିୟ। ସେ ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓ ସବୁ ଶେଆର୍ କରନ୍ତି। ଯେଉଁଥିରେ ତାଙ୍କର ୟୁନିକ୍ ଷ୍ଟାଇଲ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0