ଗଞ୍ଜାମ : ଗିରଫ ଦାବି ନେଇ ରାସ୍ତାରେ ଟାୟାର ଜାଳିଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମରେ । ଭାଇବୋହୂକୁ ହତ୍ୟା କରିଥବା ଅଭିଯୋଗରେ ଦେଢଶୂରକୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । କିଛି ଦିନ ପୂର୍ବେ ସମ୍ପତ୍ତି ଲୋଭରେ ନିଜ ଭାଇର ସ୍ତ୍ରୀକୁ ଅତି ନୃଂସଶ ଭାବେ ହତ୍ୟା କରିଥିଲା ଦେଢଶୂର ପ୍ରଭାକର । ଦିନ ଦ୍ୱିପ୍ରହରରେ କାଠଫାଳିଆ ଓ କଟୁରୀରେ ସୁଷମାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରଭାକର । ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ ନ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯଥାଶୀଘ୍ର ହତ୍ୟାକରୀ ଓ ତା ପରିବାରକୁ ଗୀରଫ ଦାବି ନେଇ ବାଲିପଡାର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଫଳରେ ଉକ୍ତ ରାସ୍ତାରେ ବହୁ ଯାନବାହନ ଚିଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକ ମାନେ ତାଙ୍କ ଦାବିରେ ଅଟଳ ରହିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0