କଲିକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି। ଏଥିପାଇଁ ଅନେକ ରାଜନୈତିକ ଦଳ ନୂଆ ମୁହଁ ଓ ସେଲିବ୍ରିଟିଙ୍କୁ ସାମିଲ କରୁଛନ୍ତି। ଇତି ମଧ୍ୟରେ କ୍ରିକେଟର ମନୋଜ ତିୱାରୀ ବୁଧବାର ଦିନ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଆଜି ହୁଗୁଳୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲି ଅଛି। ଏହି ରାଲିରେ ମନୋଜ ତିୱାରୀ ଟିମଏସିରେ ସାମିଲ ହୋଇ ରାଜନୈତିକ ଇନିଂସ ଆରମ୍ଭ କରିବେ। ମନୋଜ ତିୱାରୀ କହିଛନ୍ତି, “ମୋତେ କଠିନ ପିଚରେ ତୃଣମୂଳ କଂଗ୍ରେସ ପାଇଁ ବ୍ୟାଟିଂ କରିବାର ଅଛି “ଟିଏମସିରେ ସାମିଲ ହେବାନେଇ ସେ କହିଛନ୍ତି ଯେ ରାଜନୀତି ମଇଦାନକୁ ଓହ୍ଲାଇବାକୁ ତାଙ୍କୁ ଦିଦିଙ୍କ ଠାରୁ ପ୍ରେରଣା ମିଳିଛି। ଏକ ଇଣ୍ଟରଭ୍ୟୁରେ ମନୋଜ କହିଛନ୍ତି, “ମୁଁ ଖାଲି ନାଁର ନୁହଁ କାମର ନେତା ହେବାକୁ ଚାହୁଁଛି। ମମତା ବାନାର୍ଜୀ ମୋ ଉପରେ ଭରସା କରିଛନ୍ତି। ମୁଁ ଦିଦିଙ୍କୁ ଏକା ଛାଡି ପାରିବିନି।”



Visitors Today : 0
Total Visitors : 130432
Total Views : 9891963
Visitors Online Now : 0