ପୁରୀ: ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିରରେ ପ୍ରତି ସପ୍ତାହରେ ବସିବ ସମୀକ୍ଷା ବୈଠକ । ସପ୍ତାହର ପ୍ରତି ମଙ୍ଗଳବାର ବସିବ ସମୀକ୍ଷା ବୈଠକ। ଏନେଇ ନିଷ୍ପତ୍ତି ଆଜି ବସିବାକୁ ଯାଉଛି ପ୍ରାଥମିକ ବୈଠକ। ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବସିବ ସମୀକ୍ଷା ବୈଠକ। କୌଣସି ମଙ୍ଗଳବାର ସରକାରୀ ଛୁଟି ପଡ଼ିଲେ ପରବର୍ତୀ କାର୍ୟ୍ୟ ଦିବସରେ ଏହି ବୈଠକ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ଭିତିଭୂମି ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବ। ଶ୍ରୀମନ୍ଦିର ଭିତର ମରାମତି, ପୁନଃରୁଦ୍ଧାର କାର୍ୟ୍ୟ, ମନ୍ଦିର ପରିସରକୁ ସ୍ଵଛ ଓ ପରିଷ୍କାର, ବିଭିନ୍ନ ସ୍ଥାନକୁ ଜଳଯୋଗାଣ, ପାନୀୟ ଜଳ ସୁବିଧା, ବୈଦ୍ୟୁତିକ ସରଞ୍ଜାମ, ଆଲୋକୀକରଣ ମେଘନାଦ ପ୍ରାଚୀର ଚତୁର୍ପାଶ୍ୱ ସଫା, ଜୋତା,ମୋବାଇଲ ଏବଂ ଲଗେଜ ଷ୍ଟାଣ୍ଡର ସୁପରିଚାଳନା, ଶୌଚାଳୟ,ସମସ୍ଥ ସ୍ଥାନକୁ ସାନିଟାଈଜ ଓ ତୀର୍ଥ ପୁଷ୍କରିଣୀର ଉର୍ନତିକରଣ ଭଳି ଅନେକ କାର୍ୟ୍ୟର ସମୀକ୍ଷା କରାଯିବ। ଯଦି କେଉଁଠି ତ୍ରୁଟି କି ମରାମତିର ଆବଶ୍ୟକତା ଥାଏ ତେବେ ତୁରନ୍ତ ଏହାର ସମାଧାନ କରାଯିବ। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶରେ ଏହି ନିଷ୍ପତି ନିଆଯାଇଥିଲା।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0