ବଡ଼ଚଣା: ଚାଲିଛି ମୋରମ ଚୋରା ଚାଲାଣ,ବିଧାୟକ ଓ ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତା। ସ୍ଥାନୀୟ ତହସିଲଦାର ଓ କ୍ଷୁଦ୍ର ଜଳସେଚନ ବିଭାଗ ସିଧା ବିବାଦ ଘେରରେ। କିଏ ସେ ଶାସକ ଦଳର ନେତା କିଏ ସାଜିଛନ୍ତି ମୋରମ ମାଫିଆ। କାହା ଇଙ୍ଗିତରେ ଚାଲିଛି ଚୋରା ଚାଲାଣ। କାହିଁକି ଚୁପ ବସିଛି କ୍ଷୁଦ୍ର ଜଳସେଚନ ବିଭାଗ ଓ ରାଜସ୍ୱ ବିଭାଗ । ମାଫିଆ ମାନେ ଏଠାରେ ଆଡ୍ଡା ଜମାଇବା ସହ ମଦ ମାଂସର ଆସର ଜମାଉଛନ୍ତି,ବିଶ୍ରାମ ନେବାପାଇଁ ତମ୍ବୁର ମଧ୍ୟ ପକ୍କା ବ୍ୟବସ୍ଥା ରହିଛି। ଏହି ସବୁ ନାମିଦାମୀ ମଦ ବୋତଲ ସିଗାରେଟ ପ୍ୟାକେଟ ଏହି ଚୋରା ଚାଲାଣରେ ବଡ଼ ବଡ଼ ରାଜନେତାଙ୍କ ସମ୍ପୃକ୍ତିର ଗନ୍ଧ ବାରି ହୋଇପଡୁଛି। ଦୀର୍ଘ ଦିନ ହେବ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ,ଏହା ମଧ୍ୟ କହିଛନ୍ତି ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ଓ କିଛି ବିଜୁ ଜନତା ଦଳର ଆଗୁଆ ନେତାଙ୍କ ରହିଛି ସମ୍ପୃକ୍ତି । ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଯାଜପୁର ଅଞ୍ଚଳର ବିଭିନ୍ନ ଜାଗା ବିବାଦୀୟ ରାମକୋ କମ୍ପାନୀକୁ ରାତି ଅଧିଆ ମେସିନି ଓ ହାଇବା ସହାର୍ୟ୍ୟରେ ଚୋରା ବିକ୍ରି ହେଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି। ଏଠାରେ ସିଧା ବିବାଦ ଘେରକୁ ଆସିଛି ଦର୍ପଣ ତହସିଲଦାରଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗ,କଣ ପାଇଁ ସବୁ ଜାଣିବି ଚୁପ ରାଜସ୍ବ ବିଭାଗ,କେଉଁ ଆଧାରରେ ରାଜ୍ୟ ଜଳ ସମ୍ପଦ ବିଭାଗ ଏହାକୁ ଦେଲା ଅନୁମତି । ରାଜସ୍ବ ବିଭାଗର ଅନୁମତି ନେଇଛିକି ଜଳ ସମ୍ପଦ ବିଭାଗ । କେଉଁ ପ୍ରଭାବଶାଳୀ ରାଜନେତାଙ୍କ ଇଙ୍ଗିତରେ ଚାଲିଛି ମୋରମ ଚୋରା ଚାଲାଣ ବ୍ୟବସାୟ । ବଡ଼ଚଣା ବିଧାୟକଙ୍କ ସମ୍ପୃକ୍ତି କଣ ପାଇଁ ଆଣୁଛନ୍ତି ସ୍ଥାନୀୟ ଲୋକଙ୍କ ସହ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ବିଜେପି ନେତା ଅମର ନାୟକ ଓ ସ୍ଥାନୀୟ କିଛି ଲୋକେ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ସହଯୋଗ ଲୋଡିଥିଲେ । ଏପଟେ ଉଭୟ ଜଳ ସମ୍ପଦ ବିଭାଗ ଓ ସ୍ଥାନୀୟ ଦର୍ପଣ ତହସିଲଦାର ମୋଟା ଅଙ୍କ ନେଇ ଚୁପ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅମର ନାୟକ । ଏହାକୁ ନେଇ ତହସିଲଦାରଙ୍କ ପ୍ରତିକ୍ରିୟା ରେ କହିଛନ୍ତି ‘ଆଜ୍ଞା ମୁଁ କିଛି ଅନୁମତି ଦେଇନାହିଁ ଆପଣ ଟିକିଏ କ୍ଷୁଦ୍ର ଜଳସେଚନ ବିଭାଗ ସହ କଥା ହୁଅନ୍ତୁ’ l



Visitors Today : 0
Total Visitors : 130432
Total Views : 9891963
Visitors Online Now : 0