ଗଭୀର ପୋଖରୀ, ନଦୀ କିମ୍ବା ସମୁଦ୍ର କୂଳରେ ବସି ମାଛ ଦେଖିବା ସମୟରେ ମନକୁ ଶାନ୍ତି ମିଳିବା ସହ ଖୁସି ମଧ୍ୟ ଲାଗିଥାଏ । ଆମମାନଙ୍କ ମଧ୍ୟରୁ ବହୁତ ଲୋ କ ରହିଛନ୍ତି, ଯାହାଙ୍କୁ ଏସବୁ ଖୁବ୍ ପସନ୍ଦ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ମାଛମାନଙ୍କ ଦ୍ୱାରା କେବେ କେବେ ମୃତ୍ୟୁର ମଧ୍ୟ ସାମ୍ନା କରିବାକୁ ପଡିପାରେ । ଦୁନିଆରେ ଅନେକ ବିଷଧର ଜୀବ-ଜନ୍ତୁ ଦେଖିବାକୁ ମିଳିଥାଏ, ଯାହା ଏତେ ମାତ୍ରାରେ ବିଷଧର ହୋଇଥାନ୍ତି ଯେ କିଛି କ୍ଷଣ ମଧ୍ୟରେ ମଧ୍ୟ ଜୀବନ ନେଇଯାଇପାରନ୍ତି । ସେହିଭଳି ଦୁନିଆରେ ଅନେକ ଅଦ୍ଭୁତପୂର୍ଣ୍ଣ ଜୀବ-ଜନ୍ତୁ ଦେଖିବାକୁ ମିଳିଥାଏ, ଯାହାକୁ ନେଇ ବିଶେଷଜ୍ଞମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଏଭଳି ଅଦ୍ଭୁତ ଜୀବ-ଜନ୍ତୁ ମଧ୍ୟରେ ରହିଛି ଷ୍ଟୋନ ଫିସ୍ । ଏହି ବିଷଧର ମାଛ ମକର ରେଖା ଆଖପାଖ ସମୁଦ୍ରରେ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମାଛ ସମ୍ପର୍କରେ କିଛି ଅଜଣା କଥା ।

ଷ୍ଟୋନ ଫିସ୍ ପଥର ଭଳି ଦେଖାଯାଇଥାଏ । ଏହିକାରଣରୁ ଅଧିକାଂଶ ଲୋକ ଏହି ମାଛକୁ ଚିହ୍ନିପାରନ୍ତି ନାହିଁ । ଯାହା ଫଳରେ ଏହି ମାଛର ସିକାର ହୋଇଥାନ୍ତି । ଭୁଲରେ ବି ଯଦି କୌଣସି ବ୍ୟକ୍ତି ଏହି ମାଛ ଉପରେ ପାଦ ରଖି ଦେଇଥାନ୍ତି ତେବେ ମାଛ ଦେହରୁ ବିଷ ବାହାରିଯାଇଥାଏ, ଯେଉଁ ବିଷ ଏତେ ଭୟଙ୍କର ହୋଇଥାଏ ଯେ ଯାହା ପାଦରେ ଲାଗିଲେ ପାଦ କାଟିବାକୁ ପଡିଥାଏ । ଦର୍ଶକ ବନ୍ଧୁ ଖାଲି ଏତିକି ନୁହେଁ ସାମନ୍ୟ ଅଣଦେଖା କାରଣରୁ ମଧ୍ୟ ମୃତ୍ୟୁର ସାମ୍ନା ମଧ୍ୟ କରିବାକୁ ପଡିପାରେ ।

ଏହି ମାଛ ଉପରେ ପାଦ ରଖିବା ମାତ୍ରେ ହିଁ ଏହା ୫ ସେକେଣ୍ଡରେ ବିଷ ଛାଡିଥାଏ । ଅର୍ଥାତ ଆମେ ଆଖିପତା ପକାଇବାରେ ଯେତିକି ସମୟ ଲାଗିଥାଏ ସେତିକି ସମୟ ଭିତରେ ଏହି ମାଛ ତାର ବିଷ ଛାଡି ଦେଇଥାଏ । ଏହି ମାଛର ବିଷ ଏତେ ଭୟଙ୍କର ହୋଇଥାଏ ଯେ ଯାହାର ଗୋଟିଏ ମାତ୍ର ବୁନ୍ଦା କୌଣସି ସହରର ପାଣିରେ ଯଦି ମିଶାଯାଏ ତେବେ ସେହି ସହରର ପ୍ରତ୍ୟେକ ମଣିଷଙ୍କର ମୃତ୍ୟୁ ହୋଇପାରେ । ଯଦି କୌଣସି ବ୍ୟକ୍ତି ଏହି ବିଷଧର ମାଛର ସଂସ୍ପର୍ଶରେ ଆସିଥାନ୍ତି ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିନ୍ତ । ଭଗବାନ ଆସିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେ ନାହିଁ ।

ଦୁନିଆରେ ଦେଖାଯାଉଥିବା ମାଛ ମଧ୍ୟରୁ ଏହି ମାଛ ବିଲକୁଲ ଭିନ୍ନ । ଦେଖିବାକୁ ଏହା ମାଛ ଭଳି ନୁହେଁ ବରଂ ପଥର ଭଳି ଦେଖାଯାଇଥାଏ । ଆପଣମାନେ ଜାଣିଥିବେ ମାଛର ଶରୀର କୋମଳ ହୋଇଥାଏ କିନ୍ତୁ ଏହି ମାଛର ଶରୀର ପଥର ଭଳି ଶକ୍ତ ହୋଇଥାଏ । ଏହି ମାଛର ଉପରିଭାଗରେ ଥିବା ଏହି ପଥରର ଖୋଳ କିଛି କିଛି ମଣିଶର ଚିହ୍ନ ଭଳି ଦେଖାଯାଇଥାଏ । ତେବେ ଦର୍ଶକବନ୍ଧୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ କେବେ ବି ଗଭୀର ସମୁଦ୍ର, ପୋଖରୀ କିମ୍ବା ନଦୀ ଭିତରକୁ ଯାଉଛନ୍ତି ତେବେ ଏହି ମାଛ ପ୍ରତି ନିଶ୍ଚିନ୍ତ ରୂପେ ସାବଧାନ ରହିବେ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0