ପୁନେ: ଅକ୍ସଫୋର୍ଡ ୟୁନିଭରର୍ସିଟି ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ମନୁଷ୍ୟ ପରୀକ୍ଷଣ ଆସନ୍ତା ସପ୍ତାହରେ ହେବାକୁ ଯାଉଛି । ଏହି ପରୀକ୍ଷଣ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଉଛି । ପୁନେର ସସୁନ ଜେନେରାଲ ହସ୍ପିଟାଲରେ ଏହି ପରୀକ୍ଷଣ ହେବ । ମୁରଲୀଧର ତାବେ ଶନିବାର ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ଏହି ପରୀକ୍ଷଣ ସୋମବାର ହେବାର ସମ୍ଭାବନା ରହିଛି । କିଛି ସ୍ୱୟଂସେବକ ପ୍ରଥମରୁ ହିଁ ପରୀକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରାୟ ୧୫୦ ରୁ ୨୦୦ ସ୍ୱୟଂସେବକଙ୍କ ଶରୀରରେ ଏହି ପରୀକ୍ଷଣ କରାଯିବ । ଚଳିତ ମାସ ପ୍ରାରମ୍ଭରୁ ଏସଆଇଆଇ ଦେଶରେ ଭ୍ୟାକସିନ୍ ପରୀକ୍ଷଣ ଉପରେ ରୋକ ଲଗାଇଥିଲା । ୧୫ ସେପ୍ଟେମ୍ବରକୁ ଡିସିଜିଆଇ ଏସଆଇଆଇକୁ ଭ୍ୟାକସିନ୍ର ନୈଦାନିକ ପରୀକ୍ଷଣ ପୁଣି ଥରେ କରିବା ପାଇଁ ଅନୁମତି ଦେଇଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0