କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଅଭାବନୀୟ ଘଟଣା ଜଣେ ମାଆ ନିଜର ଦେଢ଼ ମାସର ପୁଅକୁ ହତ୍ୟା କରି ଡଷ୍ଟବିନରେ ଫିଙ୍ଗିଦେଇଛି । ସତ୍ୟରଞ୍ଜନ ପରିଡ଼ାଙ୍କ ଦେଢ଼ ମାସର ଶିଶୁପୁତ୍ରର ମୃତଦେହ ଆଜି ଅଖାରେ ଗୁଡ଼ା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗତ ରାତି ପ୍ରାୟ ୨ରୁ ୩ଟା ସମୟ ମଧ୍ୟରେ ଶିଶୁପୁତ୍ର ଶୋଇଥିବା ମଶାରି ଭିତରେ ନଥିବା ଦେଖି ପରିବାର ଲୋକ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳୁ ପଡ଼ିଶା ଘରର ଏକ ପରିତ୍ୟକ୍ତ ଡଷ୍ଟବିନରୁ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି। ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ସୂଚନା ରହିଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0