spot_img

ସାଂସଦଙ୍କ ବୋହୂଙ୍କ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ: ପଦାରେ ପଡ଼ୁଛି ବିଜେପି ସାଂସଦଙ୍କ ପାରିବାରିକ କଳହ। ଏଭଳି ଦୃଶ୍ୟ ଉତ୍ତର ପ୍ରଦେଶ ମୋହନଲାଲଗଞ୍ଜ ଆସନରେ ନିର୍ବାଚିତ ବିଜେପି ସାଂସଦଙ୍କ ପରିବାରରେ ଦେଖିବାକୁ ମିଳିଛି ଏଭଳି ହାଇଭୋଲଟେଜ ଡ୍ରାମା। ତାଙ୍କ ପାରିବାରିକ କଳହ ଏବେ ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ଦିନ ପୂର୍ବରୁ ସାସଂଦ କୌଶଳ କିଶୋରଙ୍କ ପୁଅ ଆୟୁଷ କିଶୋର ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ତାଙ୍କ ସ୍ତ୍ରୀ ଅଙ୍କିତା ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ତାଙ୍କୁ ଉଦ୍ଧାର କରି ସଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି।
ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଅଙ୍କିତା ନିଜ ସୋଶାଲ ମିଡିଆରେ ଏକ ଭିଡିଓ ସେଆର କରିଥିଲେ। ଏଥିରେ ସେ କହିଥିଲେ, ଫମୁଁ କାହା ସହ ଲଢ଼ି ପାରିବି ନାହିଁ। ମୋର ଶକ୍ତି ନାହିଁ। କାରଣ ତୁମ ବାପା ଜଣେ ସାଂସଦ ଏବଂ ମା’ ବିଧାୟିକା । ତେଣୁ ମୋ କଥା କିଏ ଶୁଣିବ ନାହିଁ। ମୁଁ ଆଜି ଯାଏ କାହାକୁ ବି ତୁମକୁ(ଆୟୁଷ) ହାତ ଲଗାଇବାକୁ ଦେଇ ନାହିଁ। ତେବେ ମୁଁ କିଭଳି ତୁମକୁ ମାରିବାକୁ ଚେଷ୍ଟା କରିବି? ତୁମେ (ଆୟୁଷ) କେତେ ମିଛ କହୁଛ? ତୁମେ ଓ ତମ ଘର ଲୋକେ ମୋତେ ବଞ୍ଚିବା ପାଇଁ ଛାଡିଲ ନାହିଁ। ଯଦି ତୁମେ(ଆୟୁଷ) ମୋ ପାଖକୁ ଆସିବନି ତେବେ ମୁଁ ମଧ୍ୟ ରହିବିନି । ମୁଁ ସବୁ ଦିନ ପାଇଁ ତୁମକୁ ଛାଡି ଯାଉଛି। ମୁଁ ଗଲା ପରେ ତୁମେ ମୋତେ ମନେ ପକାଇବ ।’
ଅଙ୍କିତା ଏହି ଭିଡିଓ ଶେୟାର କରିବା ପରେ ଦୁବ୍ଗ୍ଗା ସ୍ଥିତ ନିଜ ଶାଶୁ ଘରକୁ ଯାଇ ପହଞ୍ଚିଥିଲେ। ସେଠାରେ ବ୍ଲେଡ୍ରେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ଅଙ୍କିତାଙ୍କୁ ଫଲୋ କରୁଥିବା ପୁଲିସ ତାଙ୍କୁ ବଞ୍ଚାଇ ଦେଇଥିଲା। ଏବେ ସେ ହସ୍ପିଟାଲରେ ଅଛନ୍ତି। ଆୟୁଷ ମଧ୍ୟ ପୂର୍ବରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାରୁ ପୁଲିସ ଏହାକୁ ନେଇ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି।
ଜେରା ପାଇଁ ସାଂସଦଙ୍କ ପୁଅଙ୍କୁ ପୁଲିସ ସମନ କରିଥିଲା। ପରେ ରବିବାର ସେ ଥାନାରେ ପହଞ୍ଚିଥିଲେ। ପୂର୍ବରୁ ଆୟୁଷ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ପରେ ସେ ଥାନାରେ ହାଜର ହୋଇଥିଲେ। ତେବେ ସ୍ତ୍ରୀର ଅଭିଯୋଗ ପରେ ଆୟୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ବୋଲି ଆଶଙ୍କା କରାଯାଉଛି।
ଆୟୁଷଙ୍କ ପତ୍ନୀ ଅଙ୍କିତା ନିଜ ଶାଶୁ ଘରେ କିମ୍ୱା ସ୍ୱାମୀଙ୍କ ସହ ରୁହନ୍ତି ନାହିଁ। ଲକ୍ଷ୍ନୌ ସ୍ଥିତ ଛଠାମିଲ ଅଞ୍ଚଳରେ ରୁହନ୍ତି। ତିନି ଦିନ ପୂର୍ବରୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଯାଇଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଆଉ ପୁଲିସ ଅଙ୍କିତାଙ୍କ ଘରକୁ ଯାଇଥିଲା। କିନ୍ତୁ ସେଠାରେ ତାଲା ପଡ଼ିଥିବା ଦେଖି ଫେରିଆସିଥିଲା। ତେବେ ଅଙ୍କିତା କେଉଁଠି ଅଛନ୍ତି ଜାଣିବା ପାଇଁ ପୁଲିସ ତାଙ୍କୁ ଖୋଜୁଥିଲା। ଏହାକୁ ନେଇ ଅଙ୍କିତା କହିଛନ୍ତି ଯେ ଆଜି ଯାହା ବି ହେଉଛି ଏଥିପାଇଁ ସାସଂଦଙ୍କ ପରିବାର ଦାୟୀ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular