spot_img

ବ୍ରିଟେନ୍ ଫେରନ୍ତା ଆଉ ୪ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟରେ ତନାଘନା ଆରମ୍ଭ ହୋଇଛି। ଗତକାଲି ବ୍ରିଟେନ ଫେରନ୍ତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ସମୁଦାୟ ୩୯ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ୩୯ଜଣ ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଛି। ଜଗତସିଂହପୁରରେ ୩ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରେ ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ବର୍ଷର ଝିଅର ବାପା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ରିଟେନ ଫେରନ୍ତାଙ୍କୁ ଟ୍ରେସିଂ କରିବା ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ବାଧ୍ୟତାମୂଳକ ରହିଥିବାରୁ ସେମାନଙ୍କ କୋଭିଡ ପରୀକ୍ଷା କରିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular