ଦିଲ୍ଲୀରେ ଛଠ ପୂଜାକୁ ନେଇ ବିଜେପି ଦ୍ୱାରା ଆରମ୍ଭ ହୋଇଥିବା ରାଜନୀତି ବର୍ତ୍ତମାନ ସରଗରମ ହୋଇଛି। ଦିଲ୍ଲୀ ସରକାର ଦ୍ୱାରା ଏଥର ମଧ୍ୟ ନଦୀ କୂଳରେ ଓ ସାର୍ବଜନିକ ସ୍ଥାନରେ ଛଠ ପୂଜା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉଠାଇବାକୁ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ମନୋଜ ତିୱାରୀ ଚାପ ପକାଉଛନ୍ତି। ମନୋଜ ତିୱାରୀ ଛଠ ପୂଜା ସମାରୋହରେ ପ୍ରତିବନ୍ଧକ ଲଗାଇଥିବାରୁ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଯଦି ପ୍ରତିବନ୍ଧକ ନ ହଟାଯାଏ ତାହେଲେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରାଯିବ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଧାରଣା ଦେଇଥିବା ବିଜେପି ସାଂସଦ ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ଛଠ ପୂଜା ସମିତିର ପଦାଧିକାରୀମାନେ ନିକଟରେ ମନୋଜ ତିୱାରୀଙ୍କୁ ସାକ୍ଷାତ କରି କୋଭିଡ ନିୟମ ପାଳନ କରି ଯମୁନା ନଦୀ କୂଳରେ, ପୋଖରୀରେ ଓ ଅନ୍ୟାନ୍ୟ ସାର୍ବଜନିକ ସ୍ଥାନରେ ପୂଜା କରିବାକୁ ଅନୁରୋଧ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0