ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବିସିସିଆଇକୁ ନେଇ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ଏକ ସାକ୍ଷାତକାରରେ ଇମ୍ରାନ ଖାନ ମଧ୍ୟ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବୋଲି କହିଛନ୍ତି । ଭାରତ ପାଖରେ ଅର୍ଥ ଅଛି ତେଣୁ ଭାରତ ବର୍ତ୍ତମାନ ବିଶ୍ୱ କ୍ରିକେଟକୁ ନିୟନ୍ତ୍ରଣ କରୁଛି। ଇମ୍ରାନ ଖାନ କହିଛନ୍ତି ଯେ କୌଣସି ବି ଦେଶର କ୍ରିକେଟ ବୋର୍ଡ ଭାରତ ସହ କ୍ରିକେଟ ମ୍ୟାଚ ବାତିଲ କରିବାକୁ ଚିନ୍ତା ବି କରିବେ ନାହିଁ | କାରଣ ସେମାନେ ଜାଣନ୍ତି ଯେ ଭାରତ କ୍ରିକେଟ ବୋର୍ଡ ବହୁତ ଟଙ୍କା ରୋଜଗାର କରେ | ଅତୀତରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେବାକୁ ପଡିଥିଲା, ଯେତେବେଳେ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ମ୍ୟାଚ ବାତିଲ କରିଥିଲା। ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ନ୍ୟୁଜିଲାଣ୍ଡ ସହ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଥିଲେ | ସେ କହିଛନ୍ତି ଯେ କେବଳ ଖେଳାଳି ନୁହଁନ୍ତି ବିଭିନ୍ନ ଦେଶର ବୋର୍ଡ ମଧ୍ୟ ଭାରତରୁ ଟଙ୍କା ପାଆନ୍ତି। ଏହି କାରଣରୁ ଭାରତ ସମଗ୍ର ବିଶ୍ୱର କ୍ରିକେଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି |



Visitors Today : 3
Total Visitors : 130166
Total Views : 9891611
Visitors Online Now : 0