ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଲେଜେପି ନେତା ରାମବିଳାସ ପାଶୱାନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଥିବା ସୂଚନା ମିଳିଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶୱାନ । ଟ୍ୱିଟକରି ପୁଅ ଲେଖିଛନ୍ତି, ‘ମିସ୍ ୟୁ ପାପା’ ।
ଦେଶର ଜଣେ ଆଗଧାଡିର ଦଳିତ ନେତା ଭାବେ ଜଣାଶୁଣା ପାଶୱାନ । ସେ ଲୋକସଭାକୁ ୮ ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ ।
ଗତ କିଛି ସପ୍ତାହ ହେବ ଛାତି ଯନ୍ତ୍ରଣା ଜନିତ ସମସ୍ୟା ଯୋଗୁଁ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶନିବାର ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା। ଉଭୟ ଏନଡିଏ ଏବଂ ୟୁପିଏ ସରକାରରେ ମନ୍ତ୍ରୀ ଭାବେ କାର୍ୟ୍ୟ କରିଚଛନ୍ତି। ଏଲଜେପିର ପ୍ରତିଷ୍ଠାତା ଥିଲେ ରାମ ବିଳାସ। ୧୯୯୬-୧୯୯୮ ବର୍ଷ ମଧ୍ୟରେ ସେ ରେଳ ମନ୍ତ୍ରୀ ମଧ୍ୟ ଥିଲେ। ସେ କେନ୍ଦ୍ର ଖାଉଟି ଓ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରେ ସାସଂଦ ଥିଲେ।
ବିହାରର ଖଗାରିଆ ଜିଲ୍ଲାରେ ତାଙ୍କର ଜନ୍ମ। ୧୯୪୬ ମସିହାରେ ସେ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ବିହାରର ଡିଏସ୍ପି ଥିଲେ। ଚାକିରି ସରିବା ପରେ ନିର୍ବାଚନରେ ମୈଦାନରେ ପାଦ ଥାପି ଥିଲେ। ସେ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ମାତ୍ର ନିର୍ବାଚିତ ହୋଇଥିଲେ।ରାମ ବିଲାଶ ପାଶ୍ୱାନ ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ। ୨୦୧୪ରୁ ସେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ରହି ଆସିଛନ୍ତି। ୨୦୧୯ରେ ତାଙ୍କୁ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0