spot_img

ମୁମ୍ବାଇ ଦଳର ଖେଳାଳି ଜାହୋଉଙ୍କୁ ମିଳିଲା ଚେତାବନୀ

ଗୋଆ: ମୁମ୍ବାଇ ଏଫସି ଦଳର ଖେଳାଳି ଅହମଦ ଜାହୋଉଙ୍କୁ ବିପଜ୍ଜନକ ଖେଳ ପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ଶୃଙ୍ଖଳା କମିଟି ଚେତାବନୀ ଦେଇଛନ୍ତି । ଏହା ସହ ଯଦି ସେ ଏପରି ଭୁଲ ପୁଣିଥରେ କରନ୍ତି ତାହାଲେ ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ହୋଇପାରେ ବୋଲି ମହାସଂଘ କହିଛି । ତେବେ ନର୍ଥଇଷ୍ଟ ବିପକ୍ଷ ମ୍ୟାଚରେ ପ୍ରଥମାଦ୍ଧ ଖେଳରେ ସେ ଖାସା କାମରାଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲେ । ଏପରି କରିବା ଦ୍ୱାରା ମ୍ୟାଚରେ ରେଫରି ଫାଉଲ ମରକ୍କୋ ଖେଲାଳି ଜାହୋଙ୍କୁ ରେଡ କାର୍ଡ ଦେଇଥିଲେ । ଘଟଣାର ଭିଡିଓ ଫୁଟେଜ ରିଭୁ୍ୟ ପାଇଁ ଶୃଙ୍ଖଳାକମିଟି ନିକଟକୁ ପଠାଯାଇଥିଲା । ଏହି ଫୁଟେଜକୁ ଦେଖି ଶୃଙ୍ଖଳାକମିଟି ଏପରି ନିଷ୍ପତି ନେଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular