ଗୋଆ: ଆଜିର ଇଣ୍ଡିଆନ ସୁପରଲିଗ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ଭେଟିବ ଏଫସି ଗୋଆ । ଆଜିର ମ୍ୟାଚ ଉଭୟ ଦଳ ପାଇଁ ଦ୍ୱିତୀୟ ମ୍ୟାଚ ହେବା ପାଇଁ ଯାଉଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଦଳ ନର୍ଥଇଷ୍ଟ ଦଳ ଠାରୁ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ ଜିତି ତା’ର ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷରେ ରହିଛି ମୁମ୍ବାଇ । ଅନ୍ୟପଟେ ମ୍ୟାଚର ଅଧା ସମୟ ବିତିଯାଇଥିଲେ ମଧ୍ୟ ବାଙ୍ଗାଲୋର ବିପକ୍ଷ ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା ଗୋଆ ଦଳ । ଏହା ସହ ଗୋଆର ପୂର୍ବତନ କୋଚ ସର୍ଗିଓ ଲୋବେରା ବର୍ତ୍ତମାନ ମୁମ୍ବାଇ ଦଳରେ ଅଛନ୍ତି । ଯାହାଫଳରେ ଆଜିର ମ୍ୟାଚଟି ଏକ ଆକର୍ଷଣୀୟ ମ୍ୟାଚ ହେବା ପାଇଁ ଯାଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0