spot_img

ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ

କଟକ : କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ହଠାତ ଖଣ୍ଡାରେ ପଛପଟୁ ଚୋଟ ପକାଇବା ଫଳରେ ଅପ୍ରସ୍ତୁତ ଥିବା ସତ୍ୟପ୍ରକାଶ ଏହାର ପ୍ରତିବାଦ କରିପାରିନଥିଲେ । ଆହତ ସତ୍ୟପ୍ରକାଶଙ୍କୁ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅଭିଯୋଗ ଆଧାରରେ ସାଲେପୁର ପୋଲିସ ସଂପୃକ୍ତ ନାବାଳକ ଓ ତାଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular