କାକଟପୁର : ବନ୍ଦ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । କରୋନାର ଦ୍ୱିତୀୟ ଲହର କୁ ନଜରରେ ରଖି ପ୍ରସିଦ୍ଧ ଶକ୍ତିପୀଠ କାକଟପୁର ର ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । ଏନେଇ କାକଟପୁର ଜଳସେଚନ ବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । କେବଳ ସେବାୟତ ମାନଙ୍କୁ ନେଇ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ପରିଚାଳନା କରାଯିବାକୁ କାର୍ୟ୍ୟକ୍ରମରେ ସ୍ଥିର କରାଯାଇଛି । ବାହାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଆସବାକୁ ବାରଣ କରାଯାଇଛି l କିନ୍ତୁ ଅନ୍ୟ ଦିନ ମାନଙ୍କରେ କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ମା’ ଙ୍କୁ ଦର୍ଶନ କରିପାରିବେ l ସ୍ଥାନୀୟ ତହସିଲଦାର ଅଧ୍ୟକ୍ଷତାରେ ଏବଂ ଆକାଉଣ୍ଟlଣ୍ଟ ପ୍ରଭାତ ସିଂ ଙ୍କ ପରିଚାଳନାରେ ବୈଠକ ଅନୁଷ୍ଠିିତ ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଆଶିଷ ମହାପାତ୍ରଙ୍କ ସହ ବହୁ ପ୍ରତିନିଧି ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0