ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ତେବେ ଏହାରି ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଛି । ଅନୁଗୁଳ ଓ ବାରିପଦାରେ ଗତକାଲି ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକରେ କୁହୁଡ଼ି ଦେଖିବାକୁ ମିଳିଛି । ସେପଟେ ରାୟଗଡ଼ା, କନ୍ଧମାଳ, କୋରାପୁଟ୍, ମାଲକାନଗିରି ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0