ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ଚାଷୀ ମାନଙ୍କର ଆନେ୍ଦାଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇତିମଧ୍ୟରେ ବଲିଉଡ କିଙ୍ଗ ଅକ୍ଷୟ କୁମାର ଏଥିରେ ସାମିଲ ହୋଇଥିଲେ । ସେ ଟ୍ୱିଟ କରି କହିଛନ୍ତି, ଚାଷୀମାନଙ୍କୁ ବର୍ତ୍ତମାନ ଆମର ସମର୍ଥନ ଆବଶ୍ୟକ । କିଛି ଲୋକ ଚାଷୀ ମାନଙ୍କର ଆନେ୍ଦାଳନକୁ ଲାଭ ଉଠାଇ ନିଜର ବିଭ୍ରାନ୍ତିକର ତଥ୍ୟ ଦେଇ ଏହି ଆଇନକୁ ବିରୋଧ କରିବା ପାଇଁ ଷଡଯନ୍ତ୍ର ଚଳାଉଛି । ତେବେ ଏହାର ଜବାବ ରଖିଥିଲେ ପଞ୍ଚାବି ଗାୟକ ଜାଜ ବି । ସେ କହିଛନ୍ତି, ଚାଷୀମାନେ ଦୀର୍ଘ ଦୁଇ ମାସ ଧରି ଆନେ୍ଦାଳନ କରି ଆସୁଛନ୍ତି । କିନ୍ତୁ ଅକ୍ଷୟ କୁମାର ଏବେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଏହା ସହ ଅକ୍ଷୟ କୁମାର ଜଣେ ନକଲି କିଙ୍ଗ ବୋଲି ଗାୟକ ଜାଜ ବି କହିଛନ୍ତି । ଅନ୍ୟପଟେ ଆମେରିକୀୟ ଗାୟକ ରିହାନା, ଅଭିନେତ୍ରୀ ମିଆ ଖଲିଫା ଏବଂ ସାମାଜିକ କାର୍ୟ୍ୟକର୍ତ୍ତା ଗ୍ରେଟା ଥର୍ନବର୍ଗ ସୋସିଆଲ ମିଡିଆକୁ ଯାଇ କୃଷକ ଆନ୍ଦୋଳନ ବିଷୟରେ ଟ୍ୱିଟ କରିଛନ୍ତି।
Waw Ji waw Bhaji huni tweet kar rahe ney ! 2 months kisan peaceful protest tey baithe see thuade kolo ik tweet ni hoia tey upro propoganda Das dey oh you ain’t Singh is king the real kings are sitting in protest! Fake king @akshaykumar https://t.co/3HhZ5EIhxG
— Jazzy B (@jazzyb) February 3, 2021



Visitors Today : 0
Total Visitors : 130166
Total Views : 9891611
Visitors Online Now : 0