spot_img

ନମିତାଙ୍କୁ ଏକଲବ୍ୟ ପୁରସ୍କାର

ଓଡିଶାର ଅନ୍ତର୍ଜାତୀୟ ମହିଳା ହକି ତାରକା ନମିତା ଟପ୍ପୋ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇଛନ୍ତି । ୨୦୧୮ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦର୍ଶନରୁ ଦୃଷ୍ଟିରେ ରଖି ନମିତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ପା ପକ୍ଷରୁ ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ପ୍ରଦତ୍ତ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ସମ୍ମାନପତ୍ର , ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । କରୋନା ଜନିତ କଟକଣାକୁ ଦୃଷ୍ଟିରେ ରଖି ଏଥର ଉସôବକୁ ସଂକ୍ଷିପ୍ତ ଓ ନିରାଡମ୍ବର କରାଯାଇଥିଲା । ଉଦୀୟମାନ ଭାରୋତ୍ତେଳନକାରୀ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ମାନପତ୍ର ସହ ୫୦,୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular