ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଇତି ମଧ୍ୟରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କୁ ପ୍ରଂଶସା କରିଛନ୍ତି । ତେବେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ହୋଇଥିବା ଚର୍ଚ୍ଚାରେ ନିଜର ଉତ୍ତର ପ୍ରଦାନ ଅବସରରେ ମୋଦି ଏଭଳି କରିଛନ୍ତି । ଗୁଲାମ ନବୀ ସର୍ବଦା ଗୃହର ମର୍ଯ୍ୟାଦାକୁ ଗୁରୁତ୍ୱାଦେବା ସହିତ ସମ୍ମାନଜନକ ଶଦ୍ଦ ପ୍ରୟୋଗ କରିଥାନ୍ତି । କୌଣସି ଅପଶଦ୍ଦର ବ୍ୟବହାର ସେ କରନ୍ତି ନାହିଁ । ଏଭଳି ଗୁଣ ତାଙ୍କଠାରୁ ଶିକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ଅନ୍ୟପଟେ ରାଜ୍ୟସଭାରେ ଗୁଲାମ ନବୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଫେବୃଆରୀ ୧୫ରେ ଶେଷ ହେବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0