ମୁମ୍ବାଇ: ଭାରତର ଗୃହମମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହା ସହ ସବୁକ୍ଷେତ୍ରରେ ଏମାନେ ବିଫଳ ବୋଲି ମଧ୍ୟ ଶାହ କହିଛନ୍ତି । ମହାରାଷ୍ଟ୍ରର ସିନ୍ଧୁୁଦୁର୍ଗ ଜିଲ୍ଲାର କଂକାବଳିରେ ଏକ ମେଡିକାଲ କଲେଜ ଉଦଘାଟନ କରିବା ପରେ ସେ ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋ ସହ ତୁଳନା କରି କହିଛନ୍ତି ଯେ ଏହାର ପ୍ରତ୍ୟେକ ଚକ ଅଲଗା ଅଲଗା ଦିଗରେ ଯାଉଛି । ଏହା ଲୋକଙ୍କ ଜନାଦେଶକୁ ଧୋକା ଦେଇ ଗଢିଉଠିଥିବା ଏକ ଅପବିତ୍ର ମେଣ୍ଟ । ଏହି ମେଣ୍ଟ କେବଳ ଶାସନ କ୍ଷମତା ହାତକୁ ନେବା ଲୋଭରେ ଗଠନ କରାଯାଇଛି । ଶାହା ଦାବି କରିଛନ୍ତି ଯେ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଦ୍ୱାରା ମୁଖ୍ୟମନ୍ତ୍ରୀ ପଦ ଭାଗ ବଣ୍ଟାକୁ ନେଇ କୌଣସି ଶପଥ ନିଆଯାଇ ନାହିଁ । ହେଲେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ତା’ର ଲମ୍ବା ସମୟର ସହଯୋଗୀ ଭାଜପାଠାରୁ ସମ୍ପର୍କ ତୁଟାଇ ଦେଇଥିଲା । ସେତେବେଳେ ଠାକରେ କହିଥିଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶାହା ଠାକରେଙ୍କ ସହ ଶପଥ କରିଥିଲେ । ହେଲେ ଏବେ ଶାହା କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ସହ କୌଣସି ଶପଥ କରିନଥିଲା । ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି, ମୁଁ ବନ୍ଦ କୋଠରିରେ କାହାକୁ କଥା ଦେଇ ନଥାଏ ଯାହା ବି କୁହେ ଖୋଲାଖୋଲି ଭାବେ କୁହେ । କାରଣ ମୁଁ ବନ୍ଦ କୋଠରିରେ ରାଜନୀତି କରେ ନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0