spot_img

ନରସିଂହପୁର ପୋଲିସର ବଡ ସଫଳତା

କଟକ ଜିଲ୍ଲା ନରସିଂହପୁର ପୋଲିସର ବଡ ସଫଳତା । ଗତ ତା – ୧୨.୦୮.୨୦୨୧ ନରସିଂହପୁର ବ୍ଲକ ର ବାଘୁଆପାଲ ରେ ଥିବା ଠିକା କମ୍ପାନୀ ଖ ଌ ଞ ର ଷ୍ଟୋର ରୁମରୁ ହୋଇ ଥିବା ବଡ଼ ଧରଣ ଡକାଇତୀ ର ପରଦା ଫାସ କରିଛି ନରସିଂହପୁର ପୁଲିସ । ପୂର୍ବରୁ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଆଜି ଆଉ ଆଠ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ନରସିଂହପୁର ପୁଲିସ ତା ସହ ଗୋଟିଏ ଟ୍ରକ୍ ରେ ଥିବା ପାଇପ ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହବ ତାକୁ ଜବତ କରିବାରେ ସଫଳ ହୋଇ ଥିବାର ଜଣା ପଡ଼ିଛି । ଆଜି ବିଭିନ୍ନ ଜାଗାରୁ ଚଢ଼ଉ କରି ଆଠ ଜଣକୁ ଦଫା -୩୯୫,୩୯୭ ଓ ଚ ଉ ଓ ୨୫.୨୭ ଇକ୍ସଜ୍ଞଗ୍ଦ ଏକ୍ଟ ଅନୁଯାୟୀ ସମସ୍ତଙ୍କୁ କୋର୍ଟ ଫରୱାର୍ଡ କରିଛି ପୋଲିସ । ତା ସହ ଖୁବ୍ କମ୍ ଦିନ ଭିତରେ ମୁଖ୍ୟ ଅଭିଯୁକ୍ତ ସହ ସଂପୂର୍ଣ୍ଣ ଚୋରି ର ପର୍ଦ୍ଦାଫାଶ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular