ଆବୁଧାବି: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୨ତମ ମ୍ୟାଚ । ଆବୁଧାବି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି କଲିକତା । ଉଭୟ ଦଳଙ୍କ ପାଇଁ ଆଜିର ମ୍ୟାଚ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ମୁମ୍ବାଇ । ଅନ୍ୟପଟେ ବିପକ୍ଷ ଦଳ କଲିକତା ମଧ୍ୟ ଆଜିର ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁଦୃଢ କରିବ ବୋଲି ଅନୁମାନ କରାଯାଉଛି । ମୁମ୍ବାଇ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ସୌରଭ ତିୱାରି, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ବୋଲିଂରେ ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଭଳି ବୋଲର ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା କଲିକତା ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ମୁମ୍ବାଇ ଦଳର ବ୍ୟାଟିଂ ଓପନର ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକିି ଆଜିର ମ୍ୟାଚରେ ମୁମ୍ବାଇ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ ।
After a short break, #MumbaiIndians and #KKR will be back in action as they square off in Match 32 of #Dream11IPL.
Preview by @ameyatilak https://t.co/aOSFdVgQWS #MIvKKR pic.twitter.com/PHxyONTU6Y
— IndianPremierLeague (@IPL) October 16, 2020
ସେହିପରି କଲିକତା ଦଳର ବିସ୍ଫୋରକ ଓପନର ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ଭଲ ଫର୍ମରେ ଅଛନ୍ତି । ତେବେ ଷ୍ଟାର ପ୍ଲେୟାର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ । ତେବେ ଅଭିଜ୍ଞ ଅଧିନାୟକ ରୋହିତ ଓ ଅଧିନାୟକ କାର୍ତ୍ତିକ ମଧ୍ୟରେ ଆଜି କଡା ଟକ୍କର ହେବା ପାଇଁ ଯାଉଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0