କଟକ: କଟକ ଶିଶୁଭବନରେ ଏକ ଅଭାବନୀୟ ଘଟଣା ଘଟିଛି । ମୃତଶିଶୁକୁ ଧରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ବାପାମାଆ ମୃତଶିଶୁକୁ ଧରି ଚାଲିଯାଇଛନ୍ତି । ଏନେଇ ଶିଶୁ ଭବନ ପକ୍ଷରୁ ଲାଲବାଗ ଥାନାରେ ଏତଲା ଦିଆଯାଇଛି ।
ସୂଚନା ଅନୁଯାୟୀ ଆଜି ସକାଳେ ଧଉଳି ଅଞ୍ଚଳରୁ ୬ବର୍ଷର ପୁଅକୁ ଧରି ବାପା, ମା ହସ୍ପିଟାଲ ଆସିଥିଲେ । ନିୟମ ଅନୁସାରେ ଆଡ଼ମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ଆଣ୍ଟି ଜେନ ଟେଷ୍ଟରେ ଛୁଆ ଓ ମାର ରିପୋର୍ଟ ପଜିଟିଭ ଆସିଥିଲା । ସେତେବେଳକୁ ଆଇସୋଲେସନରେ ଥିବା ଛୁଆଟିର ମୃତୁ୍ୟ ହୋଇ ସାରିଥିଲା । ମା, ଛୁଆଙ୍କର ପଜିଟିଭ ଆସିଥିବାରୁ ଶିଶୁ ଭବନ ସିଏମସିକୁ ଜଣାଇଥିଲେ । ସିଏମସି କତ୍ତୃପକ୍ଷ ଆସିବା ବେଳକୁ ମୃତ ଶିଶୁକୁ ଧରି ବାପା ମା ପଳାଇ ଯାଇଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0