spot_img

ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ଭୋପାଳ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ରଖିବା । ୧୯୮୪ ମସିହାରେ ହୋଇଥିବା ଏହି ଦୁର୍ଘଟଣାକୁ ମନେ ପକାଇବା ପାଇଁ ଏହାକୁ ପାଳନ କରାଯାଏ । ଆଜିର ଦିନରେ ଦେଶରେ ବଢୁଥିବା ଶିଳ୍ପ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଯାଇଥାଏ । ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ବାୟୁ ପ୍ରଦୂଷଣ ହେତୁ ପ୍ରାଣ ହରାଉଛନ୍ତି । ଭାରତର ଜାତୀୟ ସ୍ୱାସ୍ଥ୍ୟ ପୋର୍ଟଲା ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି । ପୋର୍ଟାଲ ଅନୁଯାୟୀ, ପରିସ୍ଥିତି ଏତେ ଦୁଃଖଦାୟକ ଯେ ଦଶ ଜଣଙ୍କ ମଧ୍ୟରୁ ନଅ ଜଣ ନିଶ୍ୱାସ ନେବା ପାଇଁ ଶୁଦ୍ଧ ବାୟୁ ମଧ୍ୟ ପାଇପାରୁ ନାହାଁନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନକୁ ଜାତୀୟ ପ୍ରଦୁଷଣ ନିୟନ୍ତ୍ରଣ ଦିବସ ରୁପେ ପାଳନ କରାଯାଉଛି । ୧୯୮୪ ମସିହା ଡିସେମ୍ୱର ୨ ରାତ୍ରିରେ ଭୋପାଳରେ ଗ୍ୟାସ ଦୁର୍ଘଟଣାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଭୋପାଳର ୟୁ.ସି.ଆଇ.ଏଲ କାରଖାନାରୁ ବିଷାକ୍ତ ମିଥାଇଲ ଗ୍ୟାସ ଲିକ୍ ହୋଇଯିବାରୁ କିଛି ସମୟ ମଧ୍ୟରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା । ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୨୨୫୯ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ପରେ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ ଏହି ଦୁର୍ଘଟଣାରେ ୩୭୮୭ ଜଣ ଲୋକ ପ୍ରାଣ ହରାଇଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular