ଭୁବନେଶ୍ୱର : ପାଠକ ବାପ ପୁଅଙ୍କ ବିରୋଧରେ ତନାଘନା ଜୋରସୋରରେ ଚାଲିଥିବା ବେଳେ ଦିନକୁ ଦିନ ସେମାନଙ୍କ ଅଡ଼ୁଆ ବଢ଼ି ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ଼ ଚାଲିଥିବା ବେଳେ ଟ୍ରାଭେଲ୍ସ ଏଜେନ୍ସି ସ୍କାଏ କିଙ୍ଗ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ ପୁଲିସ୍ ଆଜି କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଛାନଭିନ କରି କିଛି ଡକ୍ୟୁମେଣ୍ଟ ଜବତ କରିଛି। ଏନେଇ ଭୁବନେଶ୍ୱରସ୍ଥିତ ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ କହିଛନ୍ତି, ଆକାଶ ଟାଟା ମୋଟର୍ସର ଏମ୍ଡି ନ ଥିବା ନେଇ ଗଣମାଧ୍ୟମରୁ ଜାଣିବା ପରେ ବକେୟା ଟଙ୍କା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗତ ଜୁନ୍ରୁ ସେ ଟାଟା ମୋଟର୍ସର ଏମ୍ଡି ବୋଲି ନିଜକୁ ପରିଚୟ ଦେଇ ଚାର୍ଟଡ ଫ୍ଲାଇଟ , ବିମାନ, ଟିକେଟ, ହୋଟେଲ ବୁକିଂ କରୁଥିଲେ। ସେ ଭୁବନେଶ୍ୱରରୁ ଜାମସେଦପୁର, ପୁନେ, ପଟଣା, ଦିଲ୍ଲୀ ଆଦି ସ୍ଥାନ ଯାଇଥିବା ଜଣାଯାଇଛି। ତାଙ୍କ ପରିବାର ସହ ପ୍ରଦୀପ ପାଣିଗ୍ରାହୀ ପରିବାର ମଧ୍ୟ ଚାର୍ଟଡ ଫ୍ଲାଇଟରେ ଯାଇଥିବା ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ କହିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0