spot_img

ସ୍କୁଲରେ ପ୍ରଦାନ କରାଯିବ ଏନସିସି ତାଲିମ

ଦେଶର ଉପକୂଳବର୍ତ୍ତୀ ଏବଂ ସିମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଏନସିସି ତାଲିମ ପ୍ରଦାନ କରାଯିବ । ଯେଉଁଥିପାଇଁ୧୧୦୦ରୁ ଅଧିକ ସ୍କୁଲକୁ ଚିହ୍ନଟ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜଥାନ ସିଂ ସୂଚନା ଦେଇଛନ୍ତି । ଦିଲ୍ଲୀର ଏନସିସି ପରେଡ଼ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ନିଯୁକ୍ତି କ୍ଷେତ୍ରରେ ଏନସିସି କ୍ୟାଡ଼େଟଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ମହିଳା ସଶକ୍ତିକରଣ ପାଇଁ ଏନସିସି ତାଲିମରେ ଛାତ୍ରୀଙ୍କ ସଂଖ୍ୟା ୨୮ରୁ ୩୩ ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏନସିସି କ୍ୟାଡ଼େଟଙ୍କୁ ୧୪୩ ବର୍ଗରେ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଉଥିଲା । ଏବେ ଏହାକୁ ୨୩୪କୁ ବୃଦ୍ଧି କରାଯାଇଛି । କରୋନା ମହାମାରୀ ସମୟରେ ଏନସିସି କ୍ୟାଡ଼େଟମାନେ ଖାଦ୍ୟ ପୁଡ଼ିଆ,ମାସ୍କ ଏବଂ ସାନିଟାଇଜ ଆଦି ବ ଣ୍ଟନ କରିବା ସହ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବହନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular