spot_img

ସେୟାର ମାର୍କେଟରେ ନୂଆ ରେକର୍ଡ

ସେୟାର‌ ମାର୍କେଟ୍‌ରେ ଆଜି ନୂଆ ରେକର୍ଡ ସୃଷ୍ଟି ହୋଇଛି। ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜରେ ଆଜି ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଟପିଛି। ଆଜି କାରବାର ଆରମ୍ଭରୁ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ ଦଶମିକ ୭୩ରେ ପହଞ୍ଚିଥିଲା। ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ନିଫ୍ଟି ବି ୧୪ ହଜାର ୭୦୦ ଅତିକ୍ରମ କରିଛି। ଖାଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ନୁହେଁ ବରଂ ଏସିଆନ୍‌ ମାର୍କେଟ୍‌ରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିଛି। ବମ୍ବେ ଭଳି ଏସିଆନ୍ ମାର୍କେଟ ଖୋଲିବା ପରେ ଏଥିରେ ବ୍ୟବସାୟ ବୃଦ୍ଧି ହୋଇଥିବା ନଜରକୁ ଆସିଛି। ଜୋ ବାଇଡେନ୍ ଆମେରିକାରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଆଶା ସଞ୍ଚରଣ ହୋଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular