ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ହେବ ପରୀକ୍ଷା । କୋଭିଡ୍ ଗାଇଡ ଲାଇନ ସହ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଶାର ୭ଟି ସହରର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କ ପାଇଁ ଯାତାୟତ ଠାରୁ ଆରମ୍ଭ କରି ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି ବହୁ ପ୍ରତିକ୍ଷା ଏବଂ ବାଦ ବିବାଦର ଅନ୍ତ, କାଲି। ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ । ୮୩ଟି କେନ୍ଦ୍ର ମଧ୍ୟରୁ ଭୁବନେଶ୍ବରରେ ରହିଛି ୩୧ଟି । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପଦକ୍ଷେପ ନେଇଛି ରାଜ୍ୟ ସରକାର । ବିଶେଷ କରି ଭୁବନେଶ୍ବରରେ ଅଧିକ ପରୀକ୍ଷା ସେଣ୍ଟର ଥିବାରୁ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରି ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।ପରୀକ୍ଷାର୍ଥୀଙ୍କ ଯାତାୟତ ଠାରୁ ଆରମ୍ଭ କରି ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ପ୍ରତି ରୁମରେ ୧୨ ଜଣ ପରୀକ୍ଷା ଦେବେ ।ଘଞଇ ପକ୍ଷରୁ ସମସ୍ତଙ୍କୁ ଦିଆଯିବ ମାସ୍କ । ସେହିପରି ଯେଉଁମାନଙ୍କ ଠାରେ କୌଣସି ବି ଲକ୍ଷଣ ଥିବ ସେମାନେ ଆଇସୋଲେଟ ରୁମ୍ରେ ପରୀକ୍ଷା ଦେବେ ସେହି ରୁମରେ ନିୟୋଜିତ ଇନଭିଜିଲେଟର ପିପିଇ କିଟ୍ ପିନ୍ଧିବେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0