ନୂଆଦିଲ୍ଲୀ: ଚଳିତ ବର୍ଷ ମହାମାରୀ କରୋନା କାଳରେ ହେବାକୁ ଥିବା ଏନଇଇଟି ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବା ନେଇ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା ସହିତ ପରୀକ୍ଷା ଆୟୋଜନ କରିବା ନେଇ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି କୋର୍ଟ । ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନରେ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍ଇଇଟି ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ସ କୁ ସ୍ଥଗିତ ରଖିବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି । କରୋନା ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଓ ଏନଇଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା । ତେବେ ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱରେ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ସହ ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଯୋଜନା କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0