ପଡୋଶୀ ଦେଶ କାଠମାଣ୍ଡୁରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନର ଖବର ସାମ୍ନାକୁ ଆସୁଛି । ନେପାଳର ସିନ୍ଧୁପାଲ ଚୌକରେ ପ୍ରବଳ ବର୍ଷା କାରଣରୁ 9 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ 25ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ଏହି ଭୂସ୍ଖଳନ ପ୍ରଭାବରେ ପାଖିପାଖି 18ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି ।ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସଙ୍ଗେସଙ୍ଗେ ନେପାଳ ସେନା ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନର ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ସିନ୍ଧୁପାଲ ଚୌକର ଗ୍ରାମୀଣ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0