spot_img

ଢେଙ୍କାନାଳରୁ ବିରାଟକାୟ ଅଜଗର ସାପ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଙ୍ଗଲରୁ ଏନଏଚ୍ କୁ ପାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ ୱାଇଲ୍ଡ ଲାଇଫ ଏଣ୍ଡ ସ୍ନେକ୍ ରେସକ୍ୟୁର ଏକ ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଖୋଜାଖୋଜି କରିଥିଲେ । ସାପଟି ଏକ ଟ୍ରକ ତଳେ ରହିଥିବାର ଦେଖିବା ପରେ ସେଠାରୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ଜଙ୍ଗଲ ଭିତରେ ଛାଡିଦିଆ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular