ନୂଆଦିଲ୍ଲୀ : କରୋନା କଟକଣା ପାଇଁ ଦେଶର ସମସ୍ତ କମ୍ପାନୀ ଗୁଡିକ କ୍ଷତିରେ ଚାଲିଛନ୍ତି । ଚଳିତ ବର୍ଷ ଭାରତ ଏୟାରଟେଲ୍ ର ପ୍ରଥମ ୩ ମାସ ଭିତରେ ୧୫ ହଜାର ୯୩୩ କୋଟି ଟଙ୍କା କ୍ଷତି ହୋଇଛି । କମ୍ପାନୀମାନେ ବାକିଥିବା ଆଡଜଷ୍ଟ ଗ୍ରସ୍ ରେଭିନ୍ୟୁ (ଏଜିଆର) ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ କମ୍ପାନୀଗୁଡିକର ଏତେ କ୍ଷତି ହୋଇଛି । ଏୟାରଟେଲ୍ ସେୟାର ବୃଦ୍ଧି ଏବଂ ହ୍ରାସ ହୋଇ ଶେଷରେ ୨.୩୮ ପ୍ରତିଶତ ବା ୫୫୨.୮୫ ଟଙ୍କାରେ ବନ୍ଦ ହୋଇଛି । କେବଳ ଏୟାରଟେଲ୍ ନୁହେଁ ସବୁ ଟେଲିକମ୍ କମ୍ପାନୀ ଏଜିଆର୍ ସଂଚାର ମନ୍ତ୍ରଣାଳୟର ଦୂରସଂଚାର ବିଭାଗରେ ବାକି ରହିଛି । ପ୍ରଥମ ୩ ମାସ ଦୂର ସଂଚାର କମ୍ପାନୀର ଆୟ ୧୫.୪ ପ୍ରତିଶତ ବୃଦ୍ଧି ୨୩ ହଜାର ୯୩୯ କୋଟି ଟଙ୍କା ହୋଇଛି । ଯଦି ଆକସ୍ମିକ ଖର୍ଚ୍ଚକୁ ଯୋଡି ଦିଆଯିବ ତେବେ ଏୟାରଟେଲ କମ୍ପାନୀର ୧୫ ହଜାର ୯୩୩ କୋଟି ଟଙ୍କା କ୍ଷତି ହେବ । ‘ସେବି’ ରେଜେଷ୍ଟ୍ରିଭୁକ୍ତ କମ୍ପାନୀଗୁଡିକ ପ୍ରଥମ ୩ କିମ୍ବା ୬ ମାସର ଆର୍ଥିକ ଭରଣା ୩୦ ଜୁନରେ ଦେବାର ଥିଲା । ମାତ୍ର କମ୍ପାନୀର ଅନୁରୋଧକୁ ଦୃଷ୍ଟିରେ ରଖି ଆଗାମୀ ସେପଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ସମୟସୀମା ବୃଦ୍ଧି କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0