spot_img

ଆଜି ପୁଣି ୧୦ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ରହିଥିବା ବେଳେ ଭୁବନେଶ୍ୱରରୁ ୨ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏମାନଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ରହିଥିବା ବେଳେ ଭଉୟ ମହୁମେହ ରୋଗରେ ପୀଡିତ ଥିଲେ । ପୁରୁଷ ଜଣଙ୍କର କ୍ରୋନିକ୍ କିଡନୀ ସମସ୍ୟା ଥିବା ମଧ୍ୟ ଜଣାପଡିଛି । ସେପଟେ ଗଞ୍ଜାମରୁ ୪ଜଣ ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ-୪୩,୪୭,୩୩ ଓ ୬୫ ବର୍ଷ ରହିଛି । ନୟାଗଡରୁ , ସୁନ୍ଦରଗଡରୁ ଏବଂ ରାୟଗଡାରୁ ଜଣେ ଲେଖାଏଁ ଆଜି କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular