ନୂଆଦିଲ୍ଲୀ: ଭାରତ ଓ ଜାପାନ ମଧ୍ୟରେ ସୈନ୍ୟବଳ ଓ ସେବାକୁ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଭାରତ ଓ ଜାପାନ ଯୁଦ୍ଧ ସମୟରେ ଜଣେ ଅପରପକ୍ଷକୁ ସୈନ୍ୟ ସହାୟତା ଯୋଗାଇଦେବେ । ଏହା ପୂର୍ବରୁ ଭାରତ , ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଏପରି ଚୁକ୍ତି କରିସାରିଛି । ଭାରତର ରକ୍ଷା ସଚିବ ଅଜୟ କୁମାର ଓ ଜାପାନର ରାଜଦୂତ ସୁଜୁକି ସତୋଶି ମ୍ୟୁଚୁଆଲ ଲଜିଷ୍ଟିକ୍ ସପୋର୍ଟ ଆରେଞ୍ଜମେଣ୍ଟ (ଏମଏଲଏସଏ), ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହା ପୂର୍ବରୁ ଭାରତ ୨୦୧୬ରେ ଆମେରିକା ସହ କରିଥିବା ଡିଲର ନା ହେଉଛି ‘ଦି ଲଜିଷ୍ଟିକ୍ ଏକ୍ସଚେଞ୍ଜ ମେମୋର୍ୟାଣ୍ଡମ୍ ଅଫ୍ ଆଗ୍ରିମେଣ୍ଟ’ । ଏହି ଡିଲ ଅନୁସାରେ ଭାରତକୁ ଆମୋରକା ସୈନ୍ୟ ବେସ ଜିବୌତି, ଡିଏଗୋ ଗାର୍ସିୟା, ଗୁଆମ ଓ ସୁବିକରେ ଇନ୍ଧନ ଅନୁମତି ମିଳିଛି । ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ଐତିହାସିକ ରକ୍ଷା ଚୁକ୍ତିକୁ ପ୍ରାଧାନ୍ୟ ଦିଆଯାଉଛି । ଚୁକ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଫୋନ କରିଥିଲେ । ଉଭୟ ଉଭୟଙ୍କୁ କୃତଜ୍ଞତା ଜଣାଇଥିଲେ । ଜାପାନ ସହ ସୈନ୍ୟ ବୁଝାମଣା ପ୍ରଥମ ଥର ହୋଇଛି । କିନ୍ତୁ ରଣନୀତିକ ସମ୍ବନ୍ଧ ପୂର୍ବରୁ ଥିଲା । ସୀମା ବିବାଦକୁ ନେଇ ଏଲଏସିରେ ଚାଲିଥିବା ଅଶାନ୍ତି ମଧ୍ୟରେ ହିନ୍ଦ ମହାସାଗରରେ ଚୀନର ଘେରାବନ୍ଦୀକୁ ଭଙ୍ଗା ଯାଇପାରିବ କିମ୍ବା ରୋକାଯାଇପାରିବ । ଏହି ଡିଲ ପରେ ହିନ୍ଦ ମହାସସାଗରରେ ଭାରତର କତୃତ୍ତ୍ୱ ବୃଦ୍ଧି ପାଇବ । ଏହି ଡିଲ ଦୁଇ ଦେଶ ମଧ୍ୟରେ ରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଇଛି । ଜାପାନ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ବୟାନ ଅନୁସାରେ ଏହି ଚୁକ୍ତି ଦୁଇ ଦେଶର ସେନାଙ୍କୁ ଆହୁରି ଘନିଷ୍ଠ କରିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0