spot_img

ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ କୋର୍ଟରେ ମାମଲା

ଭଦ୍ରକ : ସମଗ୍ର ବିଶ୍ଵ କାରୋନା ମହାମାରୀରେ କବଳିତ ହୋଇଛି । ଭାରତ ବର୍ଷରେ ମଧ୍ୟ ଲକ ଡାଉନ , ସର୍ଟ ଡାଉନ , ଜନତା କର୍ଫ୍ୟୁ , ଅନଲକ ଭଳି ସମସ୍ତ କଟକଣା ସତ୍ତ୍ୱେ ବି ମହାମାରୀ କମିବାରେ ନାଁ ଗନ୍ଧ ଧରୁନି । କଟକଣା ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି । ବହୁ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଏମିତି ଦୁର୍ଦ୍ଦିନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଜାଡିବାକୁ ପ୍ରୟାସ କରି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏବେ ଆର୍ଥିକ ସହାୟତା ଦାବି କରିଛନ୍ତି ଭଦ୍ରକ ଜିଲ୍ଲାର ଆଇନଜୀବୀ । ମାନ୍ୟବର କନିଷ୍ଠ ଦେୱାନୀ କୋର୍ଟରେ ଆବେଦନରେ ଜିଲ୍ଲାପାଳ , କେନ୍ଦ୍ର ଅର୍ଥ ସଚିବ ଓ ଆଇନସଚିବଙ୍କୁ ପକ୍ଷଭୁକ୍ତ କରାଯାଇ ସମନ ଜାରି କରାଯାଇଛି। କାରଣ ଏବେ କାରୋନା ସମୟରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦାବି ହେଉଛି। ଭଦ୍ରକ କୋର୍ଟର ଆଇନଜୀବୀ ଧନେଶ୍ଵର ମଲ୍ଲିକ ଏକ ମାମଲା ଦାୟର କରିଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାପାଳ , କେନ୍ଦ୍ର ଅର୍ଥ ସଚିବ ଓ କେନ୍ଦ୍ର ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାନ୍ୟବର କୋର୍ଟ ମଧ୍ୟ ମାମଲାକୁ ଗ୍ରହଣ କରି ତିନି ପକ୍ଷଙ୍କୁ ସମନ ପଠାଇଥିବା କହିଛନ୍ତି ଧନେଶ୍ଵର । ମାମଲାରେ ଆଇନଜୀବୀ, କନିଷ୍ଠ ଆଇନଜୀବୀଙ୍କୁ ସହାୟତା ଦାବି କରାଯାଇଛି। ପ୍ରତ୍ୟକ ଆଇନଜୀବୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ଓ ବିନା ସୁଧରେ ୩ ଲକ୍ଷ ଟଙ୍କାର ଋଣ ଦିଆଯାଉ। କାରଣ ଭଦ୍ରକ କୋର୍ଟ ମାର୍ଚ୍ଚ ୨୭ ତାରିଖରୁ ବନ୍ଦ ରହିଛି । କେବଳ ଜରୁରୀକାଳିନ ଭିତ୍ତିରେ ବେଲ ଆବେଦନର ଶୁଣାଣି ହେଉଛି । ଅନ୍ୟ ସମସ୍ତ କାର୍ୟ୍ୟ ବନ୍ଦ ଥିବାରୁ ଏବେ ଆର୍ଥିକ ଅନଟନରେ ବହୁ ଆଇନଜୀବୀ ଦିନ କାଟୁଥିବାରୁ ଏମିତି ମାମଲା କରିଥିବା କହିଛନ୍ତି ଧନେଶ୍ଵର । ଆଇନଜୀବୀମାନଙ୍କୁ କରୋନା ମାହାମାରୀ ସମୟରେ ମହାମାରୀ ଆଇନ ଅନୁଯାୟି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର କୋର୍ଟଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular