ଧୁବ୍ରି: ଆସାମର ଧୁବ୍ରିର ଜଣେ କଳାକାର ଏକ୍ସପେୟାର ଶେଷ ହୋଇଥିବା ଔଷଧ ଓ ଇଞ୍ଜେକ୍ସନ ବ୍ୟବହାର କରି ମାଆ ଦୁର୍ଗାଙ୍କର ୬ ଫୁଟର ଏକ ମୂର୍ତ୍ତି ତିଆରି କରି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛନ୍ତି। ସଞ୍ଜୀବ ବାସିକ ନାମକ କଳାକାରଙ୍କର ଏହି କୃତି ଇଣ୍ଟରନେଟରେ ଭାଇରାଲଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିବାରେ ଲାଗିଛି। ସଞ୍ଜୀବ ଧୁବ୍ରି ଜିଲ୍ଲା ପ୍ରଶାସନର ଜଣେ କର୍ମଚାରୀ। ସେ ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି, ‘ଏତେ ଦିନ ମଧ୍ୟରେ ମୁଁ ଏକ ନିଆରା ପ୍ରତିମା ତିଆରି କରିବାକୁ ଚେଷ୍ଟା କରିଛି। କୋଭିଡ୍-୧୯ ପରିସ୍ଥିତିରେ ଏବେ ସମସ୍ତେ ଔଷଧ ବିଷୟରେ ଚିନ୍ତା କରୁଥିବା କାରଣରୁ ସେହି ନଷ୍ଟ ହୋଇ ଯାଇଥିବା ଔଷଧକୁ ନେଇ ମୁଁ ମୂର୍ତ୍ତି ତିଆରି କରିବାର ନିଷ୍ପତ୍ତି ନେଲି। ସେ ଆହୁରି ବି କହିଛନ୍ତି, ‘ମୁଁ ଦିନେ ଦେଖିଲି ଲୋକମାନେ ଔଷଧ ଦୋକାନ ଆଗରେ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି। ସେହି ଦୃଶ୍ୟ ଦେଖିବା ପରେ ମାଆ ଦୁର୍ଗାଙ୍କ ମୂର୍ତ୍ତିକୁ ଔଷଧରେ ବନାଇବାର ପରିକଳ୍ପନା ମୋ ମୁଣ୍ଡରେ ଆସିଲା।’



Visitors Today : 2
Total Visitors : 130432
Total Views : 9891963
Visitors Online Now : 0